Advertisement

ବସ୍‌-ବାଇକ୍‌ ଧକ୍କା, ୩ ମୃତ

ଚମ୍ପୁଆ, ୧୧।୧୦(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଟୋଲକନଣ୍ଡା ଠାରେ ଏକ ଯାତ୍ରୀବାହି ବସ୍‌ ସହ ବାଇକ ଦୁର୍ଘଟଣା ଘଟିବାରୁ ଘଟଣା ସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶଶାଙ୍ଗ ଗ୍ରାମର ଦୁଲୁ ନାଏକ, ଆକାଶ ମହାକୁଡ ଓ ସୁନିଲ ମହାକୁଡ ବ୍ରହ୍ମପୁର କରଞ୍ଜିଆକୁ ଯାଉଥିବା ବେଳେ ଟୋଲକନଣ୍ଡା ଭାଲୁକା ନାଳ ନିକଟରେ ଅପରଦିଗରୁ ଆସୁଥିବା ଏକ ଯାତ୍ରୀବାହି ବସ ସହ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଆକାଶ ମହାକୁଡ ଓ ସୁନିଲ ନାଏକ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଆହାତ ଦୁଲୁ ନାଏକଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଯୋଗେନ୍ଦ୍ର ନାଥ ଆଧିଆ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ବସଟି ବିଲକୁ ଗଡି ଯାଇଥିବା ବେଳେ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share