ବସ୍‌ ଭିତରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧। ୫: ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିବା ଏକ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗଁାର ରବୀନ୍ଦ୍ର କୁମାର ସାମନ୍ତ (୫୫) । ସେ ଜଣେ ଟାଇଲ୍ସ ଠିକାଦାର ଭାବେ ବଲାଙ୍ଗୀରରେ କାମ କରନ୍ତି । ବସଟି ଶୁକ୍ରବାର ସକାଳ ୭ଟାରେ ବଲାଙ୍ଗୀର ଯାଦବ ଭବନ ପାଖରେ ପହଞ୍ଚତ୍ବା ପରେ ସମସ୍ତ ଯାତ୍ରୀ ଓହ୍ଳାଇଥିଲେ । ମାତ୍ର ରବୀନ୍ଦ୍ର ତାଙ୍କ ସ୍ଲିପର ସିଟ୍‌ରେ ଶୋଇରହିଥିତ୍ବା ଦେଖାଯାଇଥିଲା । ବସ୍‌ କର୍ମଚାରୀ ରବୀନ୍ଦ୍ରଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଉଠି ନ ଥିଲେ । ଶେଷରେ ଏ ନେଇ ବଲାଙ୍ଗୀର ଟାଉନ୍‌ ଥାନାକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚତ୍ବା ପରେ ଆମ୍ବୁଲାନ୍ସ ଡକାଯାଇ ରବୀନ୍ଦ୍ରଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ଡାକ୍ତରଖାନା ଶବାଗାରରେ ରଖାଯାଇଛି । ରବୀନ୍ଦ୍ରଙ୍କ ପାଖରୁ ମିଳିଥିତ୍ବା ଭୋଟର ପରିଚୟ ପତ୍ର ଓ ଫୋନ୍‌ ନମ୍ବରରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।
ବସ୍‌ କର୍ମଚାରୀଙ୍କ ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ୮ଟାରେ ରବୀନ୍ଦ୍ର ବାଲେଶ୍ୱରରୁ ଉକ୍ତ ବସ୍‌ରେ ବଲାଙ୍ଗୀର ଅଭିମୁଖେ ଆସିଥିଲେ । ରାତି ପ୍ରାୟ ୨ଟାରେ ଦଶପଲ୍ଲା ନିକଟରେ ବସ୍‌ଟି ଅଟକିଥିଲା ା ଯାତ୍ରୀମାନେ ପରିସ୍ରା ପାଇଁ ପଦାକୁ ଯାଇଥିଲେ । ସେତେବେଳେ ରବୀନ୍ଦ୍ର ମଧ୍ୟ ତଳକୁ ଓହ୍ଲାଇ ଥିଲେ । ହେଲେ ସକାଳ ୭ଟାରେ ବସ୍‌ଟି ବଲାଙ୍ଗୀର ପହଞ୍ଚତ୍ବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ମୃତ୍ୟୁର କାରଣ ଜଣାପଡିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।