Categories: କନ୍ଧମାଳ

ବସ୍‌ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କେରଳରୁ ଫେରୁଥିବା ଜଣେ ଶ୍ରମିକଙ୍କୁ ନିଶାଦେଇ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଲୁଟର ଶୀକାର ହୋଇଥିବା ଶ୍ରମିକ ଦାରିଙ୍ଗବାଡ଼ି ଥାନା ସିର୍କାବର୍ଗ ପଞ୍ଚାୟତର ଆତିନବାଡ଼ି ଗ୍ରାମର ମନୁ ଦିଗାଳ। ତାଙ୍କଠାରୁ ୨୦ ହଜାର ଟଙ୍କାଥିବା ଏକ ବ୍ୟାଗ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଏନେଇ ଗୁରୁତର ମନୁଙ୍କ ବଡ଼ଭାଇ ପିଟର ଦାରିଙ୍ଗବାଡ଼ି ଥାନାକୁ ଜଣାଇଥିଲେ। ଆଇଆଇସି କୌଶିକ ମାଝୀ ପହଞ୍ଚତ୍ ଘଟଣାର ତଦନ୍ତ କରୁଛନ୍ତି।
ପ୍ରକାଶ ଯେ, ମନୁ କେରଳରୁ ଟ୍ରେନରେ ଆସି ଶୁକ୍ରବାର ଭୋର ୩ଟାରେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚତ୍ଥିଲେ। ୫ଟାରେ ସେଠାରୁ ଏକ ଘରୋଇ ବସ୍‌ରେ ଦାରିଙ୍ଗବାଡ଼ି ଅଭିମୁଖେ ବାହାରିଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ନିଶାଦେଇ ୨୦ ହଜାର ଟଙ୍କା ସହ ବିଭିନ୍ନ ବ୍ୟବହାର ସାମଗ୍ରୀ ଥିବା ବ୍ୟାଗକୁ ଲୁଟି ନେଇଥିଲେ। ବସ୍‌ ଦାରିଙ୍ଗବାଡ଼ି ଚାରିଛକରେ ପହଞ୍ଚତ୍ବାପରେ ଭାଇ ପିଟର ପହଞ୍ଚତ୍ ମନୁଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପିଟର ପଚାରିବାରୁ ସେ ଟଙ୍କା ଲୁଟ୍‌ ହୋଇଥିବା କହିଥିଲେ। ଆଇଆଇସି ମାଝୀ କହିଛନ୍ତି ମନୁ ଏବେ ସଂଜ୍ଞାହୀନ ଅବସ୍ଥାରେ ଅଛନ୍ତି। ଚେତା ଫେରିଲେ ପଚରାଉଚରା ପରେ ପ୍ରକୃତ ଘଟଣା ଜଣାପଡିବ। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।