Categories: ମେଟ୍ରୋ

ବସ ଭଡ଼ା ବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ

ଭୁବନେଶ୍ୱର, ୧୧ା୭(ବ୍ୟୁରୋ)-
ଡିଜେଲ ଦର ବୃଦ୍ଧି ହେଉ ହେଉ ରାଜ୍ୟ ସରକାର ବସ୍‌ ଭଡା ବୃଦ୍ଧି କରିଛନ୍ତି। ଯାହାକୁ ସମାଜବାଦୀ ପାର୍ଟି ବିରୋଧ କରିବା ସହ ଏହାକୁ ଅବିଳମ୍ବ ପ୍ରତ୍ୟାହାର କରିବା ଲାଗି ସଭାପତି ରବି ବେହେରା ଏକ ପ୍ରେସ ବିବୃତ୍ତିରେ ଗୁରୁବାର ଜଣାଇଛନ୍ତି। ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ଖାଲି ଓଡ଼ିଶାରେ ନୁହେଁ ସାରା ଦେଶରେ ବୃଦ୍ଧି ପାଇଛି। ଅନ୍ୟ କୌଣସି ରାଜ୍ୟ ବସ୍‌ ଭଡା ବୃଦ୍ଧି କରି ନ ଥିବା ବେଳେ ରାଜ୍ୟ ସରକାର ବସ୍‌ ମାଲିକଙ୍କ ଚାପରେ ଆସି ଏହାକୁ ବୃଦ୍ଧି କରିଛନ୍ତି। ଫଳରେ ଲୋକେ ବସ୍‌ ମାଲିକଙ୍କ ଶେଷରେ ଶିକାର ହେବେ। ସରକାରଙ୍କ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଜନବିରୋଧୀ। ଏ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

Share