Categories: ଜାତୀୟ

ବହାଦୁରଗଡ଼ରେ ଭୟାବହ ଅଗ୍ନିକାଣ୍ଡ: କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ନିକଟସ୍ଥ ବହାଦୁରଗଡ଼ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଫାକ୍ଟ୍ରିରେ ବଏଲର୍‌ ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ କିଛି ସମୟ ଭିତରେ ଏହି ନିଆଁ ଚାରିଆଡେ ବ୍ୟାପି ଯାଇ ଅନ୍ୟ ଫ୍ୟାକ୍ଟ୍ରିଗୁଡ଼ିକରେ ମଧ୍ୟ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରେସକ୍ୟୁ ଅପରେଶନ୍‌ ଜାରି ରଖିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ବଏଲର୍‌ ଫାଟିବାରୁ ଆଖପାଖରେ ଥିବା ଫ୍ୟାକ୍ଟ୍ରିଗୁଡ଼ିକର କାନ୍ଥ ଭାଙ୍ଗିଯାଇଛି। ଭଗ୍ନାବଶେଷ ତଳୁ ୨ଜଣଙ୍କର ମୃତଦେହ ବାହାର କରାଯାଇଥିବା ବେଳେ ଆଉ କିଛି ଲୋକ ଏଥିରେ ଫସିଥିବା କୁହାଯାଉଛି।

Share