ବହିବସ୍ତାନୀ ସହ ପିଲାଙ୍କ ହାତରେ ଧନୁତୀର: ଜାଣନ୍ତୁ କାହିଁକି

ଝାଡ଼ଖଣ୍ଡର ନକ୍ସଲ୍‌ ପ୍ରଭାବିତ ଅଞ୍ଚଳ ଚାକୁଲିଆର ପୋଛପାନୀ ଗାଁରେ ଏବେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳୁଛି। ନକ୍ସଲ୍‌ ଦାଉରୁ ରକ୍ଷା ପାଇବାକୁ ଏଠାକାର ସ୍କୁଲ୍‌ ପିଲାମାନେ ହାତରେ ତୀର କମାଣ ଧରି ପାଠ ପଢ଼ିବାକୁ ଯାଉଛନ୍ତି। ପ୍ରକୃତରେ ପିଲାଙ୍କ ଘରଠୁ ସ୍କୁଲ୍‌ ବହୁଦୂରରେ। ଯିବା ଆସିବାର କୌଣସି ସୁଗମ୍ୟ ରାସ୍ତା ନ ଥିବାରୁ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ପଡ଼େ। ଜଙ୍ଗଲ କିନ୍ତୁ ସମ୍ପୂର୍ଣ୍ଣ ଭାବେ ନକ୍ସଲ୍‌ଙ୍କ ଦଖଲରେ ରହିଛି। ଏମିତିରେ ରାସ୍ତା ପାରି କରିବାକୁ ସେମାନଙ୍କ ସାହସ ସାଜିଛି ଏହି ତୀର କମାଣ। ଶିକ୍ଷା ମଣିଷ ପାଇଁ କେତେ ମୂଲ୍ୟବାନ୍‌ ଏହା ସେମାନେ ବହୁତ ଭଲ ଭାବେ ବୁଝିଛନ୍ତି। ଏଣୁ ପାଠ ପଢ଼ିବା ସହ ଜୀବନ ରକ୍ଷା ପାଇଁ ସେମାନେ ଏହି ରାସ୍ତା ଆପଣାଇଛନ୍ତି। ଦୈନନ୍ଦିନ ସ୍କୁଲ୍‌ରୁ ଫେରିବା ପରେ ପିଲାଙ୍କୁ ଅଭିଭାବକମାନେ ତୀର କମାଣ ଚାଳନା ପ୍ରଶିକ୍ଷଣ ଦେଇଥାନ୍ତି। ବେଶ୍‌ ସାହସର ସହ ପିଲମାନେ ଦଳବଦ୍ଧ ହୋଇ ସ୍କୁଲ୍‌ ପହଞ୍ଚତ୍ଥାନ୍ତି। ଗ୍ରାମବାସୀଙ୍କ ମତରେ, ଗାଁଠୁ ସ୍କୁଲ୍‌ ପହଞ୍ଚତ୍ବା ଭିତରେ ଦୀର୍ଘପଥର ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ପୂର୍ବରୁ ଏମିତି ଅନେକ ଘଟଣା ଘଟିସାରିଛି, ଯେଉଁଥିରେ ନକ୍ସଲ୍‌ ହାତରେ ସ୍କୁଲ୍‌ ପିଲାଙ୍କ ଜୀବନ ଯାଇଛି। ତେଣୁ ଆଉ ଆଗକୁ ଯେପରି କିଛି ଅସୁବିଧା ନହୁଏ, ତେଣୁ ଆମତ୍ରକ୍ଷା ପାଇଁ ଏଭଳି ପ୍ରଶିକ୍ଷଣ ଦେବାକୁ ପଡୁଛି।

Share