ବହିରାଗତଙ୍କ ଘର ବାହାରେ ଲାଗିଲା ପୋଷ୍ଟର

ରାଇକିଆ,୨୭।୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଥିଲେ ସେମାନେ ଏବେ ଗଁାକୁ ଫେରିଛନ୍ତି। ସେମାନଙ୍କୁ ହୋମ୍‌ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ପ୍ରଶାସନ ତରଫରୁ ସେମାନଙ୍କ ଘର ବାହାରେ ଏକ ପୋଷ୍ଟର ମରା ଯାଇଛି। ସେଥିରେ ଏହି ଗୃହ ପ୍ରଶାସନର ନିରୀକ୍ଷଣରେ ରହିଛି ଏବଂ ସାମାଜିକ ବାସନ୍ଦ ଏକ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୬୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ନିକଟରେ ରାଜ୍ୟ ଓ ଦେଶ ବାହାରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିଲେ।

Share