Categories: କନ୍ଧମାଳ

ବହିରେ ସ୍ଥାନ ପାଇଲା ଝୁଲିମାଙ୍କ କାହାଣୀ

ଫୁଲବାଣୀ ଅଫିସ, ୨୮ା୧- କନ୍ଧମାଳ ଜିଲା ବାନ୍ଦୁଡ଼ି ଗାଁର ଭି-ଆୱାଡ୍‌ ବିଜେତା ଝୁଲିମା ମଲ୍ଲିକଙ୍କୁ ନେଇ ପୁଣି ସାରା ଦେଶରେ ଚର୍ଚ୍ଚା ା ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟେରାସି ଫେଷ୍ଟିଭାଲ୍‌ରେ ଉନ୍ମୋଚିତ ପୁସ୍ତକ ‘ଉଇ ଆର ଦି ଚାମ୍ପିୟନ୍‌ସ୍‌’ରେ ଝୁଲିମାଙ୍କ କାହାଣୀ ସ୍ଥାନ ପାଇଛି। ସୁନାମଧନ୍ୟ ଲେଖିକା ରଶ୍ମି ବଂଶଲ୍‌ ଓ ଦେବେନ୍ଦ୍ର ତକ୍‌ଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ଦେଶର ସମୁଦାୟ ୧୫ଜଣ ସାମାଜିକ ପରିବର୍ତ୍ତନକାରୀ ବ୍ୟକ୍ତିତ୍ୱଙ୍କ କାହଣୀ ସ୍ଥାନ ପାଇଛି। ବାଲ୍ୟବିବାହକୁ ବନ୍ଦ କରିବା, ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ଝୁଲିମାଙ୍କ ସଂଘର୍ଷର କାହାଣୀ ଉକ୍ତ ପୁସ୍ତକରେ ଲେଖାଯାଇଛି। ରାଜସ୍ଥାନ ରାଜକୁମାରୀ ତଥା ଏମ୍‌ପି ଦୀୟା କୁମାରୀ, ଆନ୍ତର୍ଜାତିକ ସଂସ୍ଥା ସେଭ୍‌ ଦି ଚେଲ୍‌ଡ୍ରେନର ଭାରତ ମୁଖ୍ୟ ବିଦିଶା ପିଲ୍ଲାଇ, ଅଧ୍ୟକ୍ଷ୍ୟ ଅରୁଣ ମାଇରା, ଲେଖିକା ରଶ୍ମି ବଂଶଲ୍‌ ଓ ଝୁଲିମାଙ୍କ ଉପସ୍ଥିତିିରେ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଝୁଲିମାଙ୍କ ସଂଘର୍ଷକୁ ଲେଖିକା ବଂଶଲ୍‌ ପ୍ରଶଂସା କରିବା ସହିତ ଏଭଳି ପ୍ରତିଭାଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାର ଆବଶ୍ୟକ ଥିବା କହିଥିଲେ। ଏକ ଅପହଞ୍ଚ ଆଦିବାସୀ ଗ୍ରାମର ଝିଅ ଝୁଲିମାଙ୍କ ସହିତ ମିଶିବା ପରେ ସେ ଅତ୍ୟନ୍ତ ପ୍ରଭାବିତ ହୋଇ ତାଙ୍କ ସଂଗ୍ରାମର କାହାଣୀକୁ ବହିରେ ପ୍ରକାଶ କରିଥିବା ବଂଶଲ କହିଥିଲେ ା ଏହି ଖବର ପ୍ରଚାରିତ ହେବାପରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଝୁଲିମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।