ବହିର୍ବ୍ୟାପାର ବିଭାଗୀୟ ପରାମର୍ଶ କମିଟିରେ ସସ୍ମିତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟର ବିଭାଗୀୟ ପରାମର୍ଶ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଅଧ୍ୟକ୍ଷ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ଶଶି ଥରୁର, ରାହୁଲ ଗାନ୍ଧୀ, ଆନନ୍ଦ ଶର୍ମା, ଜି.ଭି.ଏଲ୍‌. ନରସିଂହ ରାଓ, କିରଣ ଖେର ଏବଂ ମନୀଷ ଗୁପ୍ତା ପ୍ରମୁଖ ସଦସ୍ୟ ଅଛନ୍ତି। ସସ୍ମିତ ପୂର୍ବରୁ ମାନବ ସମ୍ବଳ ମନ୍ତ୍ରଣାଳୟର ପାର୍ଲାମେଣ୍ଟ ଷ୍ଟାଣ୍ଟିଂ କମିଟି, ଅଫିସ ଅଫ୍‌ ପ୍ରଫିଟ୍‌ ଏଣ୍ଡ ପ୍ରିଭିଲେଜ୍‌ ସମ୍ପର୍କିତ ପାର୍ଲାମେଣ୍ଟ ଯୁଗ୍ମ କମିଟି(ରାଜ୍ୟ ସଭା)ର ମଧ୍ୟ ସଦସ୍ୟ ଅଛନ୍ତି। ଗତବର୍ଷ ସସ୍ମିତ ବିଜେଡି ପକ୍ଷରୁ ରାଜ୍ୟ ସଭା ସଦସ୍ୟଭାବେ ମନୋନୀତ ହୋଇଥିଲେ।

Share