ବହିଷ୍କୃତ ବରୀ ବିଜେଡି ସଭାପତିଙ୍କ ଖବରଦାତା ସମ୍ମିଳନୀ : ରାଜନୈତିକ ପାଣିପାଗ ପରିବର୍ତ୍ତନ ଚର୍ଚ୍ଚା

ବରୀ,୨ା୯(ସ୍ବ.ପ୍ର.):  ବରୀ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କୃତ ହୋଇଥିବା ଏସ୍‌.କେ ସଫିଉଦ୍ଦିନଙ୍କ ତତ୍ୱାବଧାନରେ ରବିବାର ବରୀ ଗ୍ରମାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଟ୍ରିପଲ୍‌ ତଲାକ ଓ ଜମ୍ମୁ କଶ୍ମରୀରୁ ୩୭୦ ଧାରା ଉଚ୍ଛେଦକୁ ନେଇ କେନ୍ଦ୍ର ଭାଜପା ସରକାରଙ୍କ ପଦକ୍ଷେପକୁ ସ୍ବାଗତ ଜଣାବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦଏଙ୍କୁ ସାଧୁବାଦ ଜଣାଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ, ପେଟ୍ରୋଲିୟମ୍‌ ଓ ଷ୍ଟିଲ୍‌ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଥିବା ଖବରଦାତା ସମ୍ମୀଳନୀରେ କହିଛନ୍ତି। ଏଥିସହ ମୁସଲ୍‌ମାନ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଓ ଆର୍ଥିକ ସହାୟତା ପ୍ରଦାନ, ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ କଲ୍ୟା ଯୋଜନାରୁ ମାଇନର କମ୍ୟୁନିଟି ଯୁବତୀଙ୍କ ବିବାହ ପାଇଁ ୧ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଚିଠି ମାଧ୍ୟମରେ ଦାବି କରିଥିବା ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ କୁଞ୍ଜ ବିହାରୀ ପରିଡ଼ା, ସସ୍ମିତ୍‌ ନାୟକ, ଅରୁଣ ସେଠୀ, ଗିରିନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ସଫିଉଦ୍ଦିନ୍‌ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି। ତେବେ କିଛିଦିନର ନିରବତା ପରେ ଏବେ ଖବରଦାତା ସମ୍ମିଳନୀରେ ଭାଜପା ସରକାରଙ୍କୁ ପ୍ରଂଶସା କରିବା ନେଇ ବରୀ ରାଜନୀତିରେ ଆଗାମୀ ଦିନରେ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି।