ଦୁବାଇର ‘ବୁକ୍ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି ଉଚିତ ଦାମ୍ ପୈଠ କରି ଆସିଥାନ୍ତି। ସର୍ବସାଧାରଣଙ୍କ ବିଶ୍ୱାସରେ ଏହା ପରିଚାଳିତ ହୋଇଥାଏ। ଏହା ହେଉଛି ବିଶ୍ୱର ପ୍ରଥମ ଦୋକାନ ଯେଉଁଠି କେହିହେଲେ କର୍ମଚାରୀ ନାହାନ୍ତି। ସବୁଜ ତଥା ହଳଦିଆ ରଙ୍ଗ ଷ୍ଟିକରରେ ପ୍ରତି ବହିର ଉଚିତ ମୂଲ୍ୟ ଦୋକାନର କାନ୍ଥରେ ଲେଖାଯାଇଥାଏ। ଗ୍ରାହକମାନଙ୍କ ସୁବିଧା ପାଇଁ ଏଠାରେ ଏକ ପେମେଣ୍ଟ ବକ୍ସ ରଖାଯାଇଛି। ଏହାକୁ ଟ୍ରଷ୍ଟ ବକ୍ସ ବା ବିଶ୍ୱାସ ବାକ୍ସ କୁହାଯାଏ। କୌଣସି ଗ୍ରାହକ ଏଠାରେ ବହି ଚୋରି କରି ନ ଥାନ୍ତି। ଦୋକାନର ମାଲିକ ସପ୍ତାହକୁ ଥରେ ଷ୍ଟକ ରିପ୍ଲେସମେଣ୍ଟ କରିବା ଏବଂ ଟଙ୍କା ଆଣିବା ପାଇଁ ଏଠାକୁ ଆସିଥାନ୍ତି।