Categories: ଫୁରସତ

ବହି ପଢା ନ ଶୁଣିଲେ କାନ୍ଦୁଛନ୍ତି ୧୦ମାସର ଶିଶୁ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ସାଧାରଣ ଭାବେ ଛୋଟ ଶିଶୁଙ୍କର ସମୟ ଖେଳକୁଦ କିମ୍ବା ଶୋଇବାରେ କଟିଥାଏ। ପଢ଼ିବା ଭଳି କୌଣସି କଥା ସେମାନଙ୍କ ମନକୁ ବୁଝାପଡ଼ି ନ ଥାଏ। ଆଜିକାଲି ଶିଶୁଙ୍କ ପାଇଁ ମୋବାଇଲ୍‌ ସବୁକିଛି। କିନ୍ତୁ ଏବେ ସୋସିଆଲ୍‌ ମିଡିଆରେ ଜଣେ ୧୦ ମାସିଆ ଶିଶୁ ବିଷୟରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଛି, ଏତେ କମ୍‌ ବୟସରେ ସେ ବହି ପଢ଼ା ଶୁଣିବାକୁ ପୂରା ପାଗଳ। ଦିନସାରା କେହି ନା କେହି ତାଙ୍କୁ ବହି ପଢ଼ି ଶୁଣାଇବା ନିତାନ୍ତ ଜରୁରୀ। କିଛି ନ ବୁଝିଲେ ବି ତାଙ୍କୁ ବହି ପଢ଼ା ଶୁଣିବାରୁ କ’ଣ ମିଳୁଛି କେହି ଜାଣିପାରୁ ନାହାନ୍ତି। ହେଲେ ତାଙ୍କର ଏହି ଅଭ୍ୟାସ ପରିବାର ଲୋକଙ୍କୁ ନୟାନ୍ତ କରିପକାଇଲାଣି। ଏହି ପୁସ୍ତକ ପ୍ରେମୀଙ୍କ ନାଁ ହେଉଛି ଏମ୍ମେଟ୍‌। ଏମ୍ମେଟ୍‌ ଦିନରାତି କେବଳ ବହି ପଢ଼ା ଶୁଣିବାକୁ ପସନ୍ଦ କରୁଛି। ବହି ପଢ଼ା ମଝିରୁ ବନ୍ଦ କଲେ, ସେ ଜୋର୍‌ସୋର୍‌ରେ କାନ୍ଦିବାକୁ ଲାଗୁଛି। ଏଣୁ ତାଙ୍କ ସାମ୍ନାରେ ଅନବରତ ବହି ପଢ଼ିବାକୁ ପଡୁଛି। କେବଳ ଶୋଇବା ବ୍ୟତୀତ ଅନ୍ୟ କୌଣସି ସମୟରେ ପରିବାର ଲୋକଙ୍କୁ ଏମ୍ମେଟ୍‌ ପାଖରୁ ନିସ୍ତାର ନାହିଁ। ଖେଳକୁଦ ନକରି ସେ କେବଳ ବହି ପଢ଼ା ଶୁଣୁଛି। ତାଙ୍କ ଏହି କୌତୁକିଆ ଅଭ୍ୟାସ ଏବେ ଲୋକଙ୍କୁ ହସିବାର ଖୋରାକ୍‌ ତ ଯୋଗାଉଛି କିନ୍ତୁ ପରିବାର ଲୋକଙ୍କ ହୋସ୍‌ ଉଡ଼ାଇଦେଲାଣି।

Share