ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳୀ ତଦାରଖ କଲେ ସଚିବ: ସମୂଦ୍ର ଉପକୂଳ ବର୍ତ୍ତୀ ୩୫୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ବାହାନଗା,୧୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଟାସପୁର ବହୂମୁଖି ବାତ୍ୟା ଆଶ୍ରୟ ସ୍ଥଳୀକୁ ମଙ୍ଗଳବାର ବାଲେଶ୍ୱର ଦାୟିତ୍ୱରେ ଥିବା ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକମାନେ ପାଣିର ଅଭାବ ବାବଦରେ ସଚିବଙ୍କୁ ଅବଗତ କରାଇଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଜିଲାପାଳଙ୍କୁ ତୁରନ୍ତ ପାଣିର ବ୍ୟାବସ୍ଥା କରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାହାନଗା ବ୍ଲକର ସମୁଦ୍ର ଉପକୂଳ ବର୍ତ୍ତୀ ୬ଟି ପଞ୍ଚାୟତର ୭୦୦ ପରିବାରର ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କମିଶନରଙ୍କ ପରିଦର୍ଶନ ସମୟରେ ପିଡିଏମର ଓଏଲଏମ ଚନ୍ଦନ କୁମାର ବେହେରା, ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର, ସରପଞ୍ଚ ନିବେଦିତା ପ୍ରଧାନ, ବିଧ୍ୟାୟକଙ୍କ ପ୍ରତିନିଧି ରମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।