ହର୍ଷସୁ’ କଙ୍କଡା ଦେଖିବାକୁ ଘୋଡାର ନାଲ ଭଳି। ହେଲେ ଏହାର ସାଙ୍କୁଚ ପରି ଲାଞ୍ଜ ଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଲିମୁଲସ୍ ପଲିଫେମସ୍। ଆଉ ଏହି କଙ୍କଡାର ରକ୍ତ ନୀଳ ରଙ୍ଗର ହୋଇଥାଏ। ଉକ୍ତ କଙ୍କଡାର ରକ୍ତ ମେଡିକାଲ ସାଇନ୍ସ ପାଇଁ ଅମୃତ ସ୍ବରୂପ। ବିଭିନ୍ନ ଔଷଧରେ ବ୍ୟବହାର ହେଉଥିବା ଏହାର ରକ୍ତର ମୂଲ୍ୟ ଆକାଶଛୁଆଁ। ଅର୍ଥାତ୍ ଏକ ଲିଟର ରକ୍ତର ମୂଲ୍ୟ ୧୦ ଲକ୍ଷ ଟଙ୍କା ହୋଇଥାଏ। ପ୍ରତିବର୍ଷ ୫ ଲକ୍ଷ କଙ୍କଡାଙ୍କର ରକ୍ତ ବାହାର କରାଯାଇଥାଏ। ରକ୍ତ ବାହାର କରିବା ପାଇଁ ସେମାନଙ୍କୁ ମରାଯାଇଥାଏ। ଏହି କଙ୍କଡାର ରକ୍ତକୁ ମଣିଷ ଶରୀରରେ ଇଞ୍ଜେକ୍ଟ କରି ବିପଜ୍ଜନକ ବ୍ୟାକ୍ଟେରିଆକୁ ଚିହ୍ନଟ କରାଯାଇଥାଏ। କାରଣ ଏହି ରକ୍ତରେ ମଣିଷ ଶରୀର ମଧ୍ୟସ୍ଥ ବିପଜ୍ଜନକ ବ୍ୟାକ୍ଟେରିଆକୁ ଠିକ୍ଭାବେ ଚିହ୍ନଟ କରିବାର କ୍ଷମତା ଥାଏ।