Advertisement

ବହୁରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। ତେବେ ସୁସ୍ଥ ରହିବାର ସହଜ ସୂତ୍ର ହେଉଛି ସବୁବେଳେ ଖୁସି ରହିବା। ଏହା ଦ୍ୱାରା ଶରୀରରେ କୌଣସି ରୋଗ ହୋଇ ନ ଥାଏ। ଖୁସି ରହିବା ପାଇଁ ମଣିଷ ଯଦି ପ୍ରତିଦିନ ହସିବାକୁ ଚେଷ୍ଟା କରିବ ତେବେ ରୋଗ ଆପଣା ଛାଏଁ ବହୁ ରୋଗ ଉଭେଇ ଯିବ। ହସିବା ଦ୍ୱାରା ମୁଖମଣ୍ଡଳରେ ଥିବା ମାଂସପେଶୀର ସଂକୋଚନ ଓ ପ୍ରସାରଣ ହୋଇଥାଏ। ଫଳରେ ମୁଖମଣ୍ଡଳର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ସେହିପରି ହସିବା ଦ୍ୱାରା ଶରୀରର ଅନେକ ହରମୋନ୍‌ସ୍ତର ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ହରମୋନ୍‌ସ୍ତରରେ ସମନ୍ବୟ ସୃଷ୍ଟି ହେବା ଦ୍ୱାରା ଡାଇବେଟିସ୍‌, ହାର୍ଟ ଆଟାକ୍‌ ଆଦି ରୋଗରୁ ମୁକ୍ତି ମିଳିଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel