ନୂଆଦିଲ୍ଲୀ,୧୫।୬: ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ୍-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଠିକ୍ ଉପଯୋଗ ଲକ୍ଷ୍ୟରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫଓ) ପକ୍ଷରୁ ବହୁ ସ୍ଥାନୀୟ ଦାବି ସମାଧାନ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହା ଇପିଏଫଓର କାର୍ଯ୍ୟପ୍ରଣାଳୀରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ ବୋଲି କୁହାଯାଇଛି। ନୂଆ ସୁବିଧା ଫଳରେ ଦେଶର ଯେ କୌଣସି ସ୍ଥାନରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟରେ ଅନ୍ଲାଇନ ଦାବି ଗୁଡିକର ସମାଧାନ କରାଯାଇପାରିବ। ଭବିଷ୍ୟନିଧି ପାଣ୍ଠି, ପେନସନ, ଆଂଶିକ ଉଠାଣ ଏବଂ ଦାବି ସହ ସ୍ଥାନାନ୍ତର ଦାବି ଆଦି ଏହି ନୂଆ ପ୍ରକ୍ରିୟା ଦ୍ୱାରା ସମାଧାନ କରାଯାଇପାରିବ। କୋଭିଡ୍-୧୯ ସଙ୍କଟ କାରଣରୁ ଇପିଏଫଓର ୧୩୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି। ଫଳରେ ବହୁ ସଂଖ୍ୟକ ଦାବି ହସ୍ତଗତ ହେବା ସହ କାର୍ଯ୍ୟଭାର ବୃଦ୍ଧିହୋଇଛି। ମୁମ୍ବାଇ, ଥାନେ,ହିରୟାଣା ଏବଂ ଚେନ୍ନାଇ କ୍ଷେତ୍ରରେ ବହୁ ସଂଖ୍ୟକ କାର୍ଯ୍ୟଳୟ ଥିଲେ ମଧ୍ୟ ବର୍ତ୍ତମାନ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେଉଛି। ବହୁ ସ୍ଥାନୀୟ ଦାବି ଅନ୍ତର୍ଗତ ଏହି ଯୁଗାନ୍ତକାରୀ ପ୍ରକଳ୍ପ ୧୦ ଜୁନରୁ ସ୍ଥାନୀୟ ଗୁରୁଗ୍ରାମ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଛି । ଏହି ବହୁ ସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ କରାଯିବା ଫଳରେ ସାକ୍ଷାତମୁକ୍ତ ଦାବି ସମାଧାନ ପ୍ରକ୍ରିୟାର ବୃହତ୍ତର ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଯାହାକି ଅଧିକ ପାରଦର୍ଶିତା ଦକ୍ଷତା ଆଣିବା ସହିତ ସଦସ୍ୟମାନଙ୍କ ଅଭିଯୋଗ ହ୍ରାସ କରିବ। ଅନଲାଇନ ଦାବି ସାମାଧାନ ପ୍ରକ୍ରିୟାକୁ ଦ୍ରୁତ କରିପାରିବ ।