‘ବହୁ ଆଗରୁ କରିବାର ଥିଲା’

ଓ୍ବାଶିଂଟନ,୪ା୧: ଜେନେରାଲ କାସିମ ସୋଲେମାନି ଦୀର୍ଘ ସମୟ ଧରି ହଜାର ହଜାର ଆମେରିକୀୟଙ୍କୁ ହତ୍ୟା କିମ୍ବା ରକ୍ତାକ୍ତ କରିବାରେ ଲାଗିଥିଲେ। ଏହାସହ ସେ ଆହୁରି ଅନେକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚୁଥିଲେ। କିନ୍ତୁ ଶେଷରେ ଧରାପଡ଼ିଯାଇଛନ୍ତି ! ସେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ। ଇରାନ ଏହି ବିଷୟକୁ ସ୍ବୀକାର କରି ନ ପାରିଲେ ମଧ୍ୟ ସୋଲେମାନୀ ନିଜ ଦେଶରେ ବି ଆତଙ୍କ ଖେଳାଇ ଘୃଣ୍ୟ ହୋଇଯାଇଥିଲେ। ତାଙ୍କୁ ବହୁ ବର୍ଷ ପୂର୍ବରୁ ହତ୍ୟା କରାଯିବା ଆବଶ୍ୟକ ଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି।

Share