ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଗୁଳିକାଣ୍ଡ ଘଟଣା: ବିଜେଡି କାଉନ୍‌ସିଲରଙ୍କ ସହ ୩ ଗିରଫ

ପୁରୀ ଅଫିସ,୫।୩: ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଓରଫ ପାରା ଗୁଳିକାଣ୍ଡ ଘଟଣାରେ କୁମ୍ଭାରପଡ଼ା ପୋଲିସ ବୁଧବାର ପୂର୍ବତନ କାଉନସିଲରଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିବା ନେଇ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବିଜେଡିର ପୂର୍ବତନ କାଉନସିଲର ପ୍ରଦୀପ୍ତ କୁମାର ନାୟକ, ମିଲନ ମିଶ୍ର ଓ ଆକୁନା ପରିଡା। ପୂର୍ବରୁ ଏହି ମାମଲାରେ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ, ଜଣେ ମହିଳାଙ୍କ ସମେତ ୮ଜଣଙ୍କୁ ଗିରଫ କରିଥିଲା। ବୁଧବାର ଗିରଫ ପରେ ସଂଖ୍ୟା ୧୧ରେ ପହଞ୍ଚିଛି।

Share