ବ୍ରାହ୍ମୀ ଏକ ପ୍ରକାର ଔଷଧୀୟ ଗୁଳ୍ମ। ଏହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ସକାଳେ ଅଭ୍ୟାସ କରି ଚାମଚେ ବ୍ରାହ୍ମୀ ରସ ପିଇଲେ ଅନେକ ଫାଇଦା ମିଳିଥାଏ । ଏପରି କଲେ ଶରୀର ସୁସ୍ଥ ରହିବା ସହିତ ଅନେକ ରୋଗରୁ ମିଳିଥାଏ ମୁକ୍ତି ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏହା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ସେହିପରି ଏହା ମାନସିକ ଅବସାଦ ହ୍ରାସ କରେ। ରକ୍ତ କୋଷିକା ତିଆରି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏଜିଂ ସମସ୍ୟା ଦୂର କରି ଯୁବସୁଲଭ ଠାଣି ବଜାୟ ରଖେ। ସ୍ନାୟୁଗତ ସମସ୍ୟାରୁ ଏହା ସହଜରେ ମୁକ୍ତି ଦେଇଥାଏ। ଏହା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ କରି ହାର୍ଟ ଆଟାକ୍ ସମସ୍ୟା ଦୂର କରେ। ସେହିପରି କିଡ୍ନୀ, ରକ୍ତଚାପ, ମେଦବହୁଳତା ଓ ଡାଇବେଟିସ୍ ସମସ୍ୟାରେ ଏହା ସୁଫଳ ପ୍ରଦାନ କରିଥାଏ।