ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ ମଧ୍ୟ ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଶରୀରର ପ୍ରତିଷେଧକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ। ବହୁ ରୋଗରୁ ଦୂରେଇ ରଖିବା ପାଇଁ ଏକ ମହୌଷଧୀ ଭାବେ ଏହା କାମ କରିଥାଏ। ଡାଳଚିନିରେ ଆଣ୍ଟିଅକ୍ସିଡାଣ୍ଟ୍‌, ପଲିଫିନଲ, ଲୌହ ଆଦି ରହିଥାଏ। ଏସବୁ ଯୁବ ସୁଲଭ ଠାଣି ବଜାୟ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସକାଳେ ଓ ସନ୍ଧ୍ୟାରେ ଅଧାଗ୍ଲାସ୍‌ ଏହାକୁ ପିଇଲେ ବିଶେଷ ସୁଫଳ ମିଳିଥାଏ।