ବାଂଲାଦେଶକୁ ୩୧୬ ରନରେ ହରାଇଲେ ସେମିରେ ପହଞ୍ଚିବ ପାକିସ୍ତାନ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୪।୭- ବିଶ୍ୱକପ୍‌ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୩ୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛି। ଇଂଲଣ୍ଡର ଏହି ବିଜୟ ଏବେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶାକୁ ଏକପ୍ରକାର ମଉଳାଇ ଦେଇଛି। ନ୍ୟୁଜିଲାଣ୍ଡ ବର୍ତ୍ତମାନ ୧୧ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି କିନ୍ତୁ ସେମିଫାଇନାଲରେ ସ୍ଥାନ ପକ୍କା କରିନାହିଁ। ଅପରପକ୍ଷରେ ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ରୁ ୯ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ତେବେ ସେମିଫାଇନାଲରେ ପ୍ରବେଶ ପାଇଁ ସର୍ଫରାଜ ଅହମ୍ମଦଙ୍କ ଦଳ ନିକଟରେ ଏକ ଅସମ୍ଭବ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି। ପାକିସ୍ତାନ ଏହାର ଅନ୍ତିମ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ଭେଟିବ। ଯଦି ଏହି ମ୍ୟାଚ୍‌ରେ ଦଳ ୩୧୬ ରନରେ ବାଂଲାଦେଶକୁ ପରାସ୍ତ କରେ ତେବେ ରନ୍‌ରେଟ୍‌ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ସେମିଫାଇନାଲରେ ପ୍ରବେଶ କରିବ। ଏହାର ଅର୍ଥ ଏହି ମ୍ୟାଚ୍‌ରେ ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରି ୪୦୦ ରନ ସ୍କୋର କରିବା ନିହାତି ଆବଶ୍ୟକ। ଏବଂ ଏହାପରେ ବାଂଲାଦେଶକୁ ୮୪ ରନରେ ଅଲ୍‌ଆଉଟ୍‌ କରିପାରିଲେ ସେମିଫାଇନାଲରେ ପହଞ୍ଚତ୍ପାରିବ। ଯଦି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବ ତେବେ ପାକିସ୍ତାନ ବିଶ୍ୱକପ୍‌ରୁ ବିଦାୟ ନେବ।

Share