Categories: ଜାତୀୟ

ବାଂଲାଦେଶରେ ପଢୁଥିବା ଦାବିନ୍ଦର ଝିଅଙ୍କ ପଢାଖର୍ଚ୍ଚ ବହନ କରୁଛି ଆଇଏସ୍‌ଆଇ!

ନୂଆଦିଲ୍ଲୀ,୨୦।୧: ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଧରାପଡିଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡା ନଜର ରଖିଛି। ଏନ୍‌ଆଇଏ ଏବେ ଅନୁମାନ କରିଛି କି ବହିସ୍କୃତ ହୋଇଥିବା ଡିଏସ୍‌ପିଙ୍କର ପାକିସ୍ତାନର ଆଇଏସ୍‌ଆଇ (Inter-Services Intelligence) ସହ ମଧ୍ୟ ସମ୍ପର୍କ ରହିଥାଇପାରେ। ଆହୁରି ମଧ୍ୟ ଅନୁମାନ କରାଯାଉଛି କି ବାଂଲାଦେଶରେ ପଢୁଥିବା ଦାବିନ୍ଦରଙ୍କ ଝିଅଙ୍କ ପଢାଖର୍ଚ୍ଚ ବାବଦକୁ ଆଇଏସ୍‌ଆଇ ଟଙ୍କା ଯୋଗାଇ ଦେଉଛି। ଦାବିନ୍ଦରଙ୍କୁ ପଚରା ଉଚରା ସମୟରେ ଜଣାପଡିଛି କି ନବିଦ ଅହମ୍ମଦଙ୍କ ସହ ତାଙ୍କର ୭ ବର୍ଷ ତଳର ସମ୍ପର୍କ। ନବିଦ ପ୍ରଥମେ ପୋଲିସରେ କାମ କରୁଥିବା ବେଳେ ପରେ ଚାକିରି ଛାଡି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ଏବେ ଦାବିନ୍ଦର ବାଂଲାଦେଶ ଯାଇଥିବା ବେଳେ ସେ କାହିଁକି ଓ କାହାକୁ ସାକ୍ଷାତ୍‌ କରିବାକୁ ଯାଇଥିଲେ ତା’ ଉପରେ ଏନ୍‌ଆଇ ଏ ନଜର ରଖିଛି।

Share