ବାଂଲାଦେଶରେ ଫ୍ୟାଶନ ପାଲଟିଛି ନାରଙ୍ଗି ରଙ୍ଗର ଦାଢି

ଢାକା,୨୧।୧୦: ବିଭିନ୍ନ ପ୍ରକାର ଷ୍ଟାଇଲକୁ ନେଇ ସାଧାରଣତଃ ଯୁବକ ମାନେ ଫ୍ୟାଶନ କରିଥିବାର ଦେଖିବାକୁ ମିଳେ। ହେଲେ ଏବେ ବାଂଲାଦେଶରେ ବୟସ୍କ ବ୍ୟକ୍ତିମାନେ ନାରଙ୍ଗି ରଙ୍ଗର ଦାଢି ରଖି ଫ୍ୟାଶନ କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ଟ୍ରେଣ୍ଡ ପାଲଟିଛି। ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଏବେ ଏହି ଫ୍ୟାଶନକୁ ଆପଣାଇଥିବା ଦେଖାଯାଇଛି। ୫୦ ବର୍ଷୀୟ ମହବୁବ-ଅଲ-ବଶର କୁହନ୍ତି ଏବେ ଏଠାକାର ବୟସ୍କ ବ୍ୟକ୍ତିମାନେ ମୁଣ୍ଡ କେଶ ହେଉ ଅବା ଦାଢିକୁ ମେହେନ୍ଦି ରଙ୍ଗର ରଙ୍ଗେଇବାକୁ ପସନ୍ଦ କରୁଛନ୍ତି। ମେହେନ୍ଦି ବଜାରରେ ଶସ୍ତାରେ ଓ ସହଜରେ ମିଳି ଯାଉଥିବାରୁ ଲୋକେ ଏବେ ଏହାକୁ ବ୍ୟବହାର କରିବାରେ ଆନନ୍ଦ ପାଉଛନ୍ତି। ତେଣୁ ଢାକାର ପ୍ରତି ଗଳି କନ୍ଦିରେ ଏମିତି ନାରଙ୍ଗି ରଙ୍ଗର ଦାଢିଥିବା ବ୍ୟକ୍ତି ଦେଖା ଯାଉଛନ୍ତି।

Share