Categories: ଜାତୀୟ

ବାଂଲାଦେଶରେ ହିଂସାକାଣ୍ଡ: ଭାରତୀୟଙ୍କୁ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ,୪ା୮: ବାଂଲାଦେଶରେ ରବିବାର ହିଂସାକାଣ୍ଡ ଘଟି ୩୨ ଜଣଙ୍କ ମୃତ୍ୟୁ ଘଟିଥିବାରୁ ସେଠାରେ ଥିବା ଭାରତୀୟମାନେ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସିଲ୍‌ହେଟ୍‌ସ୍ଥିତ ଭାରତୀୟ ଅତିରିକ୍ତ ଉଚ୍ଚାୟୁକ୍ତଙ୍କ ଅଧୀନରେ ଆସୁଥିବା ଅଞ୍ଚଳରେ ରହୁଥିବା ଛାତ୍ରୀଛାତ୍ର ଓ ଅନ୍ୟମାନେ ନିୟମିତ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି। ଜରୁରୀ ଆବଶ୍ୟକ ପଡ଼ିଲେ ୮୮-୦୧୩୧୩୦୭୬୪୦୨ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Share