ଢାକା,୨୨ା୫(ପି.ଟି.): ବାତ୍ୟା ଅମ୍ଫନରେ ବାଂଲାଦେଶରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଖାଲୁଆ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବହୁ କଚାଘର ଭାଙ୍ଗିଯାଇଛି। ୨୦୦୭ର ସିଡର ବାତ୍ୟା ପରେ ଏହା ସବୁଠୁ ଭୟଙ୍କର ବାତ୍ୟା ବୋଲି କୁହାଯାଉଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଗଛ ପଡ଼ି କିମ୍ବା ଘର ଭୁଶୁଡି ଲୋକଙ୍କ ମୃତ୍ୟୁ ଘଟିଛି। ରେଡ୍ କ୍ରିସେଣ୍ଟର ଜଣେ ସ୍ବେଚ୍ଛାସେବୀ ଉଦ୍ଧାର କାର୍ଯ୍ୟ ବେଳେ ପାଣିରେ ବୁଡିଯାଇଥିଲେ। ୯ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମ (ସିପିପି)ର ସ୍ବେଚ୍ଛାସେବୀମାନଙ୍କୁ ନେଇ ଯାଉଥିବା ବୋଟ୍ ବୁଧବାର ହାଫେଜ୍ କେନାଲରେ ବୁଡ଼ିଯାଇଥିଲା।