Categories: ଖେଳ

ବାଂଲାଦେଶର ଏକ ଘରୋଇ ଦିନିକିଆ ମ୍ୟାଚ୍‌ରେ ୪୮ ଛକା, ୭୦ ଚୌକା

ଢାକା,୨୮।୧(ଏଏଫ୍‌ପି): ଦେଶର ଏକ ଦ୍ୱିତୀୟ ଶ୍ରେଣୀର ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ମୋଟ ୮୧୮ ରନ୍‌ ସ୍କୋର ହୋଇଛି। ମ୍ୟାଚ୍‌ରେ ଉଭୟ ଦଳ ୪୮ ଛକା ଓ ୭୦ ଚୌକା ମାରିଛନ୍ତି। ନର୍ଥ ବେଙ୍ଗଲ କ୍ରିକେଟ ଏକାଡେମୀ (୪୩୨/୪) ୪୬ ରନ୍‌ରେ ଟ୍ୟାଲେଣ୍ଟ ହଣ୍ଟ କ୍ରିକେଟ ଏକାଡେମୀ(୩୮୬/୭)କୁ ପରାସ୍ତ କରିଛି। ନର୍ଥ ବେଙ୍ଗଲ ଖେଳାଳି ୨୭ ଓ ଟ୍ୟାଲେଣ୍ଟ ହଣ୍ଟ ୨୧ ଛକା ମାରିଥିଲେ। ଏହା ଅସାଧାରଣ। ବହୁ ବର୍ଷ ହେଲା ଦେଶର ଘରୋଇ କ୍ରିକେଟ ସହ ଜଡ଼ିତ ଅଛି। କିନ୍ତୁ ଏଭଳି କଦାପି ଦେଖି ନ ଥିଲି ବୋଲି କ୍ଲବ କ୍ରିକେଟ ଆୟୋଜକ ସୟଦ ଅଲି ଅସାଫ କହିଛନ୍ତି। ବାଂଲାଦେଶ କ୍ରିକେଟରେ ଅସାଧାରଣ ଫଳାଫଳ ପରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ଏଭଳି ଏକ ଘଟଣା ୨୦୧୭ରେ ଘଟିଥିଲା। ଜଣେ ବୋଲର ମ୍ୟାଚ୍‌ ହାରିବା ପାଇଁ ଜାଣିଶୁଣି ଗୋଟିଏ ଓଭରରେ ୯୨ ରନ୍‌ ଦେଇଥିଲେ। ଉକ୍ତ ବୋଲରଙ୍କୁ ସେହିବର୍ଷ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଏଭଳି ବହୁ ଘଟଣା ବାଂଲାଦେଶ ଘରୋଇ କ୍ରିକେଟରେ ରହିଛି।

Share