ବାଂଲାଦେଶର ପୂର୍ବତନ ସାମରିକ ଶାସକ ମହମ୍ମଦ୍‌ ଇର୍ଶାଦ୍‌ଙ୍କ ପରଲୋକ

ଢ଼ାକା, ୧୪।୭: ବାଂଲାଦେଶର ପୂର୍ବତନ ସାମରିକ ଶାସକ ହୁସେନ୍‌ ମହମ୍ମଦ୍‌ ଇର୍ଶାଦ୍‌ଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୮୨ ଏପ୍ରିଲ୍‌ ୨୪ରେ ତତ୍‌କାଳୀନ ରାଷ୍ଟ୍ରପତି ଅବଦୁସ୍‌ ସତାର୍‌ଙ୍କ ବିରୋଧରେ ସେ ଷଡ଼ଯନ୍ତ୍ର ରଚି କ୍ଷମତା ଦଖଲ କରିଥିଲେ। ତେବେ ୧୯୯୦ରେ ଗଣତାନ୍ତ୍ରିକ ବିଦ୍ରୋହରେ ସେ ନିଜ ପଦବୀ ହରାଇଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ତାଙ୍କୁ ଜେଲ୍‌ ଦଣ୍ଡାଦେଶ କରାଯାଇଥିଲା। ଅସୁସ୍ଥ ହୋଇ ସେ ପ୍ରାୟ ଏକ ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୯୩୦ ଫେବୃୟାରୀ ୧ରେ ସେ ଦିନହାଟ।ଠାରେ ଜନ୍ମଗ୍ରହଣ କରିଥିଲେ।

Share