Categories: ଜାତୀୟ

ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲକୁ ନେଇ ମୁହଁ ଖୋଲିଲେ ରବିଶ

ନୂଆଦିଲ୍ଲୀ,୧୨।୧୨: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ହଠାତ୍‌ ତାଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପରେ ଉଠିଛି ଅନେକ ପ୍ରଶ୍ନ। ହେଲେ ଏହାର ଉତ୍ତର ଦେବାକୁ ଯାଇ ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି ଏହାର ସେମିତି କିଛି କାରଣ ନାହିଁ। ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି। ହେଲେ ପ୍ରଥମରୁ ଏହି ଖବର ଶୁଣିବା ପରେ ଆଲୋଚନା ହେଉଥିଲା କି ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ବାଂଲାଦେଶ ଅସନ୍ତୁଷ୍ଟ ଥିବାରୁ ଏକେ ଅବଦୁଲ ମୋମେନ ଏଥିପାଇ ତା’ଙ୍କ ଗସ୍ତକୁ ବାତିଲ କରିଛନ୍ତି। ତେବେ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଏକ ସ୍ବର୍ଣ୍ଣିମ ଯୁଗ ବୋଲି ରବିଶ କହିଛନ୍ତି। ଏହାସହ ସବୁ ପ୍ରଶ୍ନରେ ବିରାମ ଲାଗିଯାଇଛି।

Share