Categories: ଜାତୀୟ

ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି ଆଇଏସ୍‌ଆଇ: ଏକ କୋଟିରୁ ଅଧିକ ପାଣ୍ଠି ଯୋଗାଡ଼

ନୂଆଦିଲ୍ଲୀ,୯।୧: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ପାକିସ୍ତାନ ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି। ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସମ୍ପ୍ରତି ଏଠାରେ ୪୦ ରୋହିଙ୍ଗ୍ୟାଙ୍କୁ ତାଲିମ ଦିଆଯାଉଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ଏଠାରେ ଲଶ୍କର-ଇ-ତୋଏବା, ଜମାତ୍‌-ଉଦ୍‌-ଦାଓ୍ବା, ଜୈଶ୍‌-ଇ-ମହମ୍ମଦ୍‌, ଫଲାହ-ଇ-ଇନସାନିୟତ୍‌ ଆଦି ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ଏସବୁ ସଂଗଠନ ପକ୍ଷରୁ ଆତଙ୍କବାଦୀ ତାଲିମ୍‌ ପାଇଁ ଏକ କୋଟି ଟଙ୍କାରୁ ଅଧିକ ପାଣ୍ଠି ଯୋଗାଡ଼ କରାଯାଇଛି।

Share