ବାଂଲାବନ୍ଧୁଙ୍କ ହତ୍ୟାକାରୀଙ୍କୁ ଫାଶୀ

ଢାକା,୧୩ା୪: ବାଂଲାଦେଶର ପ୍ରତିଷ୍ଠାତା ତଥା ବାଂଲାବନ୍ଧୁ ନାମରେ ପରିଚିତ ଶେଖ୍‌ ମୁଜିବୁର ରହମନଙ୍କ ହତ୍ୟାକାରୀ ପୂର୍ବତନ କ୍ୟାପ୍‌ଟେନ ଅବଦୁଲ ମଜେଦଙ୍କୁ ରବିବାର ଫାଶୀ ଦିଆଯାଇଛି। ୨୫ ବର୍ଷ ଫେରାର ରହିବା ପରେ ତାଙ୍କୁ ଗତ ମଙ୍ଗଳବାର ଗିରଫ କରାଯାଇଥିଲା। ପାକିସ୍ତାନରୁ ଅଲଗା ହୋଇ ବାଂଲାଦେଶ ସ୍ବାଧୀନ ହେବାର ୪ ବର୍ଷ ପରେ ୧୯୭୫ ଅଗଷ୍ଟ ୧୫ରେ ଏକ ସାମରିକ ବିଦ୍ରୋହ ବଳରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ପିତା ମୁଜିବୁର ରହମନଙ୍କ ସମେତ ତାଙ୍କ ପରିବାରର ଅଧିକାଂଶ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଫେରାର କ୍ୟାପଟେନ୍‌ ଅବଦୁଲ ମଜେଦ୍‌ଙ୍କ ସମେତ ୧୨ ଜଣ ସେନାଧିକାରୀଙ୍କୁ ୧୯୯୮ରେ ଫାଶୀଦଣ୍ଡାଦେଶ ଦିଆଯାଇଥିଲା।

Share