Categories: ଜାତୀୟ

ବାଂଶୁରୀ ଭାଜପାରେ ଯୋଗଦେବା ନେଇ ମୋଦି ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୪।୮: ସୁଷମା ସ୍ବରାଜଙ୍କ ପୁତ୍ରୀ ବାଂଶୁରୀ କୌଶଲ ଭାଜପାରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। ସୁଷମାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ମୋଦି କହିଛନ୍ତି ଯେ, ବାଂଶୁରୀ ହେଉଛନ୍ତି ସୁଷମାଙ୍କ ପ୍ରତିଛବି। ସୁଷମାଙ୍କ ଅନୁପସ୍ଥିତିରେ ମୋଦି ବାଂଶୁରୀଙ୍କ କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନରେ ବାଂଶୁରୀଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ବାଂଶୁରୀ ସକ୍ରିୟ ରାଜନୀତିରେ ଯୋଗଦେଲେ ଭାଜପା ଫାଇଦାରେ ରହିବ ବୋଲି କୁହାଯାଉଛି।

Share