ବାଇକ୍‌କୁ ପଛରୁ ପିଟିଲା କାର୍‌

ସିମୁଳିଆ,୧୪।୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ଜାତୀୟ ରାଜପଥର ଜାମୁଝାଡି ଡାଇଭର୍ସନ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବାଲେଶ୍ବର ଅଭିମୁଖେ ଯାଉଥିବା ମୋଟରସାଇକେଲ (ଓଡି-୦୧-ଜେଡ୍‌- ୩୮୮୪)କୁ ପଛପଟୁ ଏକ କାର୍‌ (ଓଡି-୦୨-ଏଏନ୍‌-୦୧୫୪) ଧକ୍କା ଦେବା ଯୋଗୁ ବାଇକ୍‌ରେ ଯାଉଥିବା ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ କୁମାର ବେହେରା(୫୨) ଓ ନାରାୟଣ ଶଙ୍ଖୁଆ(୪୯)। ସେମାନଙ୍କ ଘର ସ୍ଥାନୀୟ ବଙ୍ଗଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବଙ୍ଗାଳପୁର ଅଞ୍ଚଳରେ ଅଚଳ ହୋଇପଡିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଆଣିବା ଲାଗି ଉଭୟେ ଯାଉଥିବା ବେଳେ ଉକ୍ତ ସ୍ଥାନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।