Categories: ଗଞ୍ଜାମ

ବାଇକ୍‌ରେ ଆସି ଝାମ୍ପିନେଲେ ଟଙ୍କା, ରୁପା

ଫୁଲବାଣୀ ଅଫିସ, ୨୨ା୯-ଫୁଲବାଣୀ ଆଦର୍ଶ ଥାନାଠାରୁ ମାତ୍ର ୩୦୦ ମିଟର ଦୂର ତଥା ଏସ୍‌ପିଙ୍କ କାର୍ଯ୍ୟାଳୟ ପାଖରେ ଶନିବାର ଜଣେ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟବସାୟୀଙ୍କ ପାଖରୁ ରୁପା ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇଛନ୍ତି। ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ ନଦୀଖଣ୍ଡି ସାହିର ପଞ୍ଚାନନ ସାହୁ ା ଲୁଟ ନେଇ ଥାନାରେ ପଞ୍ଚାନନଙ୍କ ଏତଲା ପ୍ରକାରେ ପୋଲିସ ଏକ ମାମଲା ରୁଜୁ କରି ଛାନ୍‌ଭିନ ଆରମ୍ଭ କରିଛି ା
ପ୍ରତିଦିନ ଭଳି ପଞ୍ଚାନନ ଏକ ବ୍ୟାଗରେ ରୁପା ଗହଣା ଧରି ବ୍ୟବସାୟ କରିବାକୁ ସ୍କୁଟି ନେଇ ଯାଇଥିଲେ ା ଅପରାହ୍ନ ପ୍ରାୟ ୧ଟା ବେଳକୁ ସେ ୫୦ ହଜାର ଟଙ୍କାର ବ୍ୟବସାୟ କରି ସାରିଥିଲେ ା ଉକ୍ତ ଟଙ୍କା ଓ ଆଉ ପ୍ରାୟ ୮ କେଜି ଓଜନର ରୁପା ଗହଣା ଥିବା ବ୍ୟାଗକୁ ପଞ୍ଚାନନ ସ୍କୁଟିରେ ଓହଳାଇ କୋର୍ଟ ଛକ ଯାଇଥିଲେ। ସେଠାରେ ଗାଡିିରୁ ଓହ୍ଲାଇ ୫/୬ ଫୁଟ ଦୂରରେ ଥିବା ଏକ ଦୋକାନକୁ ଯିବାବେଳେ ୨ ଯୁବକ ବାଇକରେ ଆସି ପହଞ୍ଚିଥିଲେ। ଜଣେ ଓହ୍ଲାଇ ସ୍କୁଟିରୁ ଉକ୍ତ ବ୍ୟାଗ ଝାମ୍ପି ନେଇ ସହଯୋଗୀଙ୍କ ସହ ବାଇକ୍‌ରେ ଚମ୍ପଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା କେତେଜଣ ଯୁବକ ଏହା ଦେଖି ବାଇକ୍‌ରେ ପିଛା କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇ ନ ଥିଲେ ା ସେମାନେ ଗୋପବନ୍ଧୁ ଛକ ଦେଇ ବୌଦ୍ଧ ରାସ୍ତାରେ ପଳାଇ ଯାଇଥିବା ପୋଲିସ ଅନୁମାନ କରୁଛି ା