Advertisement

ବାଇକ୍‌ରେ ଗାଈ ନେଇ ଯାଉଛନ୍ତି ଯୁବକ: ଭିଡିଓ ଭାଇରାଲ

ଇସ୍‌ଲାମବାଦ,୨୭।୫: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ନିଜ ବାଇକରେ ଗୋଟିଏ ଗାଈକୁ ବସାଇ ନେଇଯାଉଛନ୍ତି। ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଜଣାପଡ଼ିଛି। ଏହି ଭିଡିଓକୁ ଦେଖି କିଛି ଲୋକ ମଜା ଉଠାଇଥିବା ବେଳେ ଆଉ କିଛି ସମାଲୋଚନା କରିଛନ୍ତି। ଅବୈଧ ଡ୍ରାଇଭିଂ, ଆଇନ ଓ ପ୍ରାଣୀ ସୁରକ୍ଷା ଆଇନକୁ ବିରୋଧ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel