ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌: ଜଣେ ମୃତ

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ମହିନ୍ଦ୍ରା ଶୋ’ରୁମ୍‌ ସମ୍ମୁଖରେ ସୋମବାର ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଟ୍ରକ୍‌ ଚଢ଼ିଯିବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚରମ୍ପା ନିବାସୀ ଅନନ୍ତ ପ୍ରସାଦ ନାୟକ (୬୫ )। ସେ କୌଣସି କାମରେ ବାଇକ୍‌ ଯୋଗେ ବାସୁଦେବପୁର ଯିବା ରାସ୍ତାରେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।