ବାଇକ୍‌, କାର୍‌ରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୭।୫: କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ବହୁ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରୁଛନ୍ତି। ହେଲେ ଏହା ସତ୍ତ୍ୱେ କେତେକ ପ୍ରବାସୀ ଲୁଚି ଛପି ରାଜ୍ୟକୁ ଫେରୁଥିବା ନଜିର ରହିଛି। ଇତିମଧ୍ୟରେ ସୁୁରାଟରୁ ୮ ଜଣ ବାଇକ୍‌ ଓ କାର୍‌ରେ ଭଦ୍ରକ ଆସୁଥିବା ଜଣାପଡିଛି। ସେମାନେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଭଦ୍ରକରେ ପହଞ୍ଚିବେ। କାର୍‌ରେ ଆସୁଥିବା ୬ଜଣଙ୍କ ମଧ୍ୟରୁ ୨ଜଣ ମହିଳା ରହିଛନ୍ତି। ସେହିପରି ଅନ୍ୟ ଏକ ବାଇକ୍‌ରେ ୨ଜଣ ବ୍ୟକ୍ତି ଆସୁଥିବା କୁହାଯାଉଛି। ଭଦ୍ରକରେ ପହଞ୍ଚିଲେ ପ୍ରଥମେ ସେମାନଙ୍କର ଭଣ୍ଡାରିପୋଖରୀ ଆଇଟିଆଇରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ନିଜ ନିଜ ପଞ୍ଚାୟତରେ ଥିବା ସଙ୍ଗରୋଧ ଗୃହକୁ ସେମାନଙ୍କୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share