Categories: ଗଞ୍ଜାମ

ବାଇକ୍‌, ଟଙ୍କା ଲୁଟ୍‌ ଘଟଣା: ୩ କୋର୍ଟ ଚାଲାଣ

ଛତ୍ରପୁର,୧୩ା୭(ଡି.ଏନ.ଏ)-ବାଇକ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।  ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ କୁମାର ସେଠୀ, ସଦର ଥାନା ଅଧୀନ କୁମ୍ଭାର ସାହିର ସୁରଜ ପରିଡା ଓ ପଶ୍ଚିମବଙ୍ଗ ଅଞ୍ଚଳର ଏମ୍‌. ଡି. ଅରମାନ୍‌ ।  ଏମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ବ୍ରହ୍ମପୁର ବଡବଜାର, ସଦର, ଗୋଳନ୍ଥରା ଓ ଟାଉନ ଥାନାରେ ଏକାଧିକ ମାମଲା ରହିଛି । ୫ ତାରିଖ ଭୋରରେ ବ୍ରହ୍ମପୁର ବଡ ବଜାର ଥାନା ଅଧୀନ ନୃସିଂହ ମନ୍ଦିର ରୋଡ୍‌ରେ ଥିବା ବିଶ୍ୱନାଥ ଆଚାର୍ଯ୍ୟ ଘର ବାହାରେ ଥିବା ବାଇକ୍‌କୁ ଅଭିଯୁକ୍ତମାନେ ଚୋରି କରି ଆଣିଥିଲେ ା ପରେ ଏମାନେ ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ବାଇକରେ ଆସୁଥିବା ବିପୁଳିଙ୍ଗିର ତଥା ଲକ୍ଷ୍ମୀପୁର ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଶାନ୍ତନୁ କୁମାର ସେଠୀଙ୍କୁ ଅଟକାଇ ମାଡ ମାରି ୧ ହଜାର ଟଙ୍କା ଓ ଡ୍ରାଇଭିଂ ଲାଇସେନ୍ସ ନେଇ ଚମ୍ପଟ ମାରିଥିଲେ ା ଏ ନେଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ସେଠୀ ଛତ୍ରପୁର ଥାନାରେ ଏତଲା ଦେଇଥିଲୋ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି ା