ବ୍ରହ୍ମପୁର ଅଫିସ,୭-୮: ବ୍ରହ୍ମପୁର ସହରରେ ଏବେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ଟାଉନ ଥାନା ଇଲାକାରେ ଦୁର୍ବୃତ୍ତମାନେ ପୃଥକ ୨ ବାଇକ ଡିକିରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗତ ୨୫ ତାରିଖରେ ବିଜିପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ସୋମବାର ରାତିରେ ଟାଉନ ଥାନା ଅନ୍ତର୍ଗତ ମୟୁରୀ ଟାୱାର ସମ୍ମୁଖ ଗାଡି ପାର୍କିଂ ପ୍ଲେସରେ ଥିବା ଲୋକନାଥ ନାୟକଙ୍କ ବାଇକ ଡିକିରୁ ସୁନା ଗାଏବ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୫୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ କହିଛନ୍ତି। ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଲୋକନାଥ, ସ୍ତ୍ରୀଙ୍କ ସହ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଆସିଥିଲେ। ବଡବଜାରର ଏକ ଦୋକାନରୁ ୧ ଭରିର ସୁନା ଜିନିଷ କିଣି ଲୋକନାଥ ତାହାକୁ ନିଜ ବାଇକ ଡିକିରେ ରଖି ମୟୁରୀ ଟାୱାର ମାର୍କେଟ କମ୍ପ୍ଲେକ୍ସକୁ ଆସିଥିଲେ। ବାଇକ୍ଟି କମ୍ପ୍ଲେକ୍ସ ସମ୍ମୁଖ ପାର୍କିଂ ସ୍ଥାନରେ ରଖି ଡ୍ରେସ କିଣିବାକୁ ଯାଇଥିଲେ। କିଛି ସମୟ ପରେ ସେଠାରୁ ଫେରି ବାଇକ୍ ପାଖକୁ ଆସିବା ବେଳକୁ ଡିକିରୁ ସୁନା ଗାଏବ ହୋଇଥିବା ଦେଖିଥିଲେ। ଏ ନେଇ ଟାଉନ ଥାନାରେ ସେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଥିଲା। ସୂଚନାଯୋଗ୍ୟ, ଗତ ୨୫ ତାରିଖ ରାତିରେ ବିଜିପୁର ଅଞ୍ଚଳର ଏସ.ରାମକୃଷ୍ଣ ପାତ୍ରଙ୍କ ବାଇକ ଉତ୍କଳ ଫ୍ଲାଇ ହାଉସ ନିକଟରେ ପାର୍କିଂରେ ଥିବା ବେଳେ ଡିକିରୁ ୧୨୬ ଗ୍ରାମର ଅଳଙ୍କାର, ମୋବାଇଲ ଓ ୪ ହଜାର ଟଙ୍କା ଲୁଟ ହୋଇଥିଲା। ଏ ନେଇ ଅଭିଯୋଗ ପରେ ପୋଲିସ ନଂ.୧୪୭/୧୯ରେ ମାମଲା ରୁଜୁ କରିଥିଲା। ହେଲେ ଏ ଯାଏ ଲୁଟେରାଙ୍କ ସୁରାକ୍ ପାଇନି।
Posted inଆମ ଜିଲା ଖବର, ଗଞ୍ଜାମ View All

କୁଟାରିକୁ ଲହୁଲୁହାଣ କଲା କୁକୁର: ଉଦ୍ଧାର କଲା ବନବିଭାଗ
ପାଟଣା ୧୬/୪(ବୀରକିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ରାଇଡିହା ଗ୍ରାମରୁ ବୁଧବାର ସକାଳୁ ଏକ ଆହତ କୁଟାରିକୁ ବନ...

ଶରଣକୁଳ ଥାନା ଏସ୍ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…
ଭୁବନେଶ୍ୱର,୧୬।୪(ସତ୍ୟଜିତ୍ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଢେଙ୍କାନାଳ,୧୬।୪(ରତନ ନାୟାର): ଢେଙ୍କାନାଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ...

ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ
ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି ।...

୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ
ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ...

ମନେପଡ଼ିଲେ ଦେହ ଥରୁଛି: ୧୯୭୮ ଏପ୍ରିଲ ୧୬ ଘୂର୍ଣ୍ଣିଝଡ଼ ବିଭୀଷିକା
ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର
ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି...