ଭବାନୀପାଟଣା,୨୫।୧୨(ଡି.ଏନ୍.ଏ.) : କଳାହାଣ୍ଡି ଜିଲା କୋକସରାସ୍ଥିତ ମୁଖ୍ୟ ବସ୍ଷ୍ଟାଣ୍ଡ ନିକଟରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଉଥିବା ଆନ୍ଧ୍ରପ୍ରଦେଶର ଆଉଲୁ ଗୋପୀ (୫୦)ଙ୍କୁ କିଛି ଯୁବକ କାବୁ କରି କୋକସରା ପୋଲିସ ଜିମା ଦେଇଛନ୍ତି।
ସୂଚନାଯୋଗ୍ୟ, ରେଙ୍ଗାଲପାଲି ପଞ୍ଚାୟତ ଝରିଆଗୁଡ଼ା ଗ୍ରାମର ଜଣେ ଚାଷୀ କୋକସରା ଷ୍ଟେଟ୍ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଣ କରି ନିଜ ବାଇକ୍ ଡିକିରେ ରଖି ବସଷ୍ଟାଣ୍ଡ ନିକଟସ୍ଥ ଚା’ ଦୋକାନରେ ଠିଆ ହୋଇଥିଲେ। ଏହି ସମୟରେ ଡିକି ଭାଙ୍ଗି ଆଉଲ ଗୋପୀ ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ। ଏହା ସ୍ଥାନୀୟ ଲୋକଙ୍କ ନଜରେ ପଡ଼ିବାରୁ ସେ ତାଙ୍କୁ କାବୁ କରି ନେଇ ପୋଲିସ ଜିମା ଦେଇଛନ୍ତି।