ବାଇକ୍‌ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୨୦।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବୁର ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଏକ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ୧ଲକ୍ଷ ୯୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାନ କୃଷ୍ଣପୁର ଗ୍ରାମର ତାପସ ଦାସ ମଧ୍ୟାହ୍ନରେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ଟଙ୍କାକୁ ଗାଡ଼ି ଡିକିରେ ରଖି ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଗାଡ଼ି ରଖିଥିଲେ। ତେବେ କେହି ଦୁର୍ବୃତ୍ତ ଉକ୍ତ ଟଙ୍କାକୁ ଲୁଟିନେଇଥିବା ସେ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share