ବାଇକ୍‌ ଡିିକି ଭାଙ୍ଗି ଦେଢ଼ ଲକ୍ଷ ଲୁଟ୍‌

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଖାରବେଳନଗର ଥାନା ଅଧୀନ ୟୁନିଟ ୪ସ୍ଥିତ ଗାଙ୍ଗୁରାମ ମିଠା ଦେକାନ ନିକଟରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ବାଇକ୍‌ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଖାରବେଳନଗର ଥାନା ଅନ୍ତର୍ଗତ ନିକୋ ପାର୍କ ଅଞ୍ଚଳରେ କମଳାକାନ୍ତ ନାୟକ ରୁହନ୍ତି। ସେ ବିଭିନ୍ନ ବ୍ୟାଙ୍କରୁ ଖୁଚୁରା ଟଙ୍କା ଓ ପଇସା ଆଣି ଜଣେ ଏଜେଣ୍ଟ ଭାବେ ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି ା ପ୍ରତିଦିନ ପରି ଗୁରୁବାର ଅପରାହ୍ନ ସାଢେ ୩ଟାରେ କମଳାକାନ୍ତ କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୧ ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କରୁ ୨୦ହଜାର ଟଙ୍କା ଉଠାଇଥିଲେ ା ପରେ ସେ ଦେଢ ଲକ୍ଷ ଟଙ୍କାର ଖୁଚୁରା ନୋଟ ଧରି ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ ନିକଟ ଉକ୍ତ ଦୋକାନକୁ ବାଇକରେ ଯାଉଥିଲେ ା ଏହି ମଉକାରେ ଲୁଟେରା କମଳାକାନ୍ତଙ୍କୁ ପିଛା କରିଥିଲେ। କମଳାକାନ୍ତ ବାଇକ ଡିକିରେ ଟଙ୍କା ରଖି ମିଠା ଦୋକାନକୁ ଯାଇଥିବା ବେଳେ ଲୁଟେରା ଜଣକ ବାଇକ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। କମଳାକାନ୍ତ ମିଠା ଦୋକାନରୁ ଫେରି ତାଙ୍କ ବାଇକ ଡିିକି ଭାଙ୍ଗିପଡ଼ିଥିବା ଓ ଦେଢ଼ଲକ୍ଷ ଟଙ୍କା ଗାଏବ୍‌ ହୋଇଯାଇଥିବା ଦେଖିବାକୁ ପାଇଥିଲେ।

Share