Categories: ଖେଳ

ବାଇକ୍‌ ଦୁର୍ଘଟଣାରେ ଅଲିମ୍ପିକ୍‌ ଜାଭେଲିନ ଥ୍ରୋୟରଙ୍କ ମୃତ୍ୟୁ

ବୁଏନ୍ସ ଏରିଜ,୨୮।୨- ଟୋକିଓ ଅଲିମ୍ପିକ୍ସକୁ ମାତ୍ର ୫ ମାସ ବାକିଥିବାବେଳେ ଆର୍ଜେଣ୍ଟିନାର ୨୬ ବର୍ଷୀୟ ଜାଭେଲିନ ଥ୍ରୋୟର ବ୍ରାଏନ ଟୋଲେଡୋ ବାଇକ୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରାଜଧାନୀ ବୁଏନ୍ସ ଏରିଜ ନିକଟସ୍ଥ ମାର୍କୋସ ପାଜଠାରେ ଦୁର୍ଘଟଣା ହୋଇଥିଲା। ଆମେ ଜଣେ ଭଲ ଆଥ୍‌ଲେଟଙ୍କୁ ହରାଇଛୁ ବୋଲି ଆର୍ଜେଣ୍ଟିନା ଅଲିମ୍ପିକ୍‌ କମିଟି ସଭାପତି ଗେରାର୍ଡ ଓ୍ବାର୍ଥିନ କହିଛନ୍ତି। ସେ ୧୮ ବର୍ଷ ବୟସରେ ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ଖେଳିଥିଲେ। ସେଠାରେ ସେ ୩୦ତମ ସ୍ଥାନରେ ରହିଥିଲେ। ୪ ବର୍ଷ ପରେ ରିଓ ଅଲିମ୍ପିକ୍ସରେ ବ୍ରାଏନ ପ୍ରଦର୍ଶନରେ ଉନ୍ନତି କରି ଦଶମ ସ୍ଥାନ ଅଧିକାର କରିଥିଲେ। ୨୦୧୭ରେ ସେ ଦକ୍ଷିଣ ଆମେରିକୀୟ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share