Advertisement
Categories: ଦେବଗଡ଼

ବାଇକ୍‌ ଦୁର୍ଘଟଣାରେ ୨ ମୃତ

ଦେବଗଡ଼/ ବାରକୋଟ, ୧୫।୧୨ (ଡି.ଏନ.ଏ.)- ଦେବଗଡ଼ ଜିଲା ଦେବଗଡ଼ ସଦର ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଶନିବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣା ଘଟି ରମାକାନ୍ତ ରାଉତ (୨୩) ଏବଂ କନ୍ଦରପ ସାହୁ (୬୨) ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଣ୍ଢଳ ଗ୍ରାମର ଗିରିଧାରି ରାଉତଙ୍କ ପୁଅ ରମାକାନ୍ତ ନିଜ ବାଇକ ନଂ. ଓଡି ୨୮ ଏ- ୨୫୩୧ ଯୋଗେ ଦ୍ରୁତଗତିରେ ଦେବଗଡ ପଟକୁ ଯାଉଥିବା ବେଳେ କଣ୍ଢଳ ତାରିଣୀ ଛକ ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଉଭୟେ ଛିଟିକି ପଡି ଗୁରୁତର ହୋଇଥିଲେ । ଉଭୟଙ୍କୁ ପ୍ରଥମେ କଣ୍ଢଳ ସ୍ଥିତ ଏକ କ୍ଲିନିକ ନେଇ ପ୍ରାଥମିକ ଚିକିତ୍ସା ପରେ ଦେବଗଡ ପଠାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟେ ମୃତ୍ୟୁବରଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel