ବାଇକ୍‌ ଲୁଟ୍‌ ମାମଲାରେ ୪ ଗିରଫ

ଆସିକା,୧୪ା୮(ଡି.ଏନ୍‌.ଏ.): ଆସିକା – ଭନଗର ମୁଖ୍ୟ ରାସ୍ତାରେ ବାଲିସିରା ଛକ ନିକଟରୁ ଗତ ରବିବାର ପୂର୍ବାହ୍ନରେ ଜଣେ ବାଇକ୍‌ ଆରୋହୀଙ୍କୁ ମାଡ ମାରି ଦୁର୍ବୁ ବାଇକ୍‌ ଛଡାଇ ନେଇଥିଲେ। ଆସିକା ପୋଲିସ ମଙ୍ଗଳବାର ଦିନ ଏହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁପଦର ଗ୍ରାମର ଶଙ୍କର ପୃଷ୍ଟି, ବାପି ସ୍ବାଇଁ, ନାହାଡା ଗ୍ରାମର ସୋନୁ ସ୍ବାଇଁ ଓ ବାଲିସିରା ଗ୍ରାମର ଭ ନାୟକ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଲୁଟ ବାଇକ୍‌ ଉଦ୍ଧାର କରିଛି। ବୁଧବାର ଦିନ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଅଭିଯୁକ୍ତମାନଙ୍କ ଏଭଳି ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଥିବା କୁହାଯାଇଛି। ଖବରରୁ ପ୍ରକାଶ ଗତ ରବିବାର ଦିନ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଝିଟିକାବାଡି ଗ୍ରାମର ନିରାକାର ମହାପାତ୍ର ବାଇକ୍‌ ଯୋଗେ ତାଙ୍କ ପିୟୁଷି ଘର ବାଲିସିରା ନିକଟସ୍ଥ କମାଗଡ ଗ୍ରାମକୁ ଯାଉଥିଲେ। ବାଲିସିରା ଛକ ନିକଟରେ ଅଭିଯୁକ୍ତମାନେ ଅଚାନକ ନିରାକାରଙ୍କୁ ଅଟକାଇ ନିର୍ଦ୍ଦୁମ ମାଡ ମାରି ସେ ଧରିଥିବା ବାଇକ୍‌ ଛଡାଇ ଫୋରାର୍‌ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ନିରାକାର ଆସିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏହି ଅଭିଯୋଗକୁ ଭିି କରି ଆସିକା ଥାନାରେ ୨୫୮/୧୯ରେ ଏକ ମାମଲା ରୁଜୁ କରାଯାଇଥିଲା।

Share