ବାଇକ-ପିକ୍‌ଅପ୍‌ ମୁହଁ।ମୁହିଁ, ୩ ମୃତ

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ରାଇସିଂ ଘାଟି ତଳେ ଜାତୀୟ ରାଜପଥ ନଂ.୩୨୬ରେ ସୋମବାର ପିକ୍‌ଅପ୍‌ ଓ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କର୍ଚ୍ଚବାଡି ପଞ୍ଚାୟତ ରାମାନାଜୁ ଗ୍ରାମର ସୁଧୀର ମଲ୍ଲିକ, ମେଲ ମଲ୍ଲିକ ଓ ହୁଏରି ଗ୍ରାମର ରାମଚନ୍ଦ୍ର ମଳିକ।
ପ୍ରକାଶ ଯେ, ଏକ ବାଇକ (ନଂ.ଓଡି୦୭ଇ-୭୩୩୮)ରେ ସୁଧୀର, ମେଲ୍‌ ଓ ହୁଏରି ମୋହନାରୁ ରାମନାଜୁ ଫେରୁଥିଲେ। ରାୟଗଡା ପଟୁ ଏକ ପିକ୍‌ଅପ୍‌ (ନଂ.ଓଡି୦୭ଆର୍‌-୦୦୮୭) ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ରାଇସିଂ ଘାଟିତଳେ ବାଇକ ଓ ପିକ୍‌ଅପ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତ ୩ ଜଣଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁଧୀର, ମେଲ୍‌ ଓ ହୁଏରିଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ମେଡିକାଲ ନିଆଯାଇଥିବା ଜାଣିବାକୁ ପାଇଥିଲେ। ପୋଲିସ ପରିବାର ଲୋକଙ୍କୁ ଖବର ନଦେବା ପ୍ରତିବାଦରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ସଡକ ଛକ ଓ ଘଟଣାସ୍ଥଳରେ ଲୋକେ ରାସ୍ତାରୋକୋ କରିଥିଲେ। ମୋହନା ପୋଲିସ, ଆର୍‌.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ଓ ବିଡିଓ ବଂଶୀଧର ଖୋସ୍‌ଲା ଲୋକଙ୍କୁ ବୁଝାଶୁଝା କରିବା ନିୟମ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପ୍ରାୟ ୨ ଘଣ୍ଟାପରେ ରାସ୍ତାରୋକୋ ହଟିଥିଲା।
(((ଫଟୋ–ଦୁର୍ଘଟଣାଗ୍ରସ୍ତ ବାଇକ ଓ ପିକ୍‌ଅପ୍‌।

Share