ବାଇକ ଲୁଟେରାଙ୍କୁ କାବୁକରି ପୋଲିସ ଜିମାଦେଲେ ଗ୍ରାମବାସୀ

ତିହିଡ଼ି,୧୯।୧୦(ଡି.ଏନ୍‌.ଏ.):ଭଦ୍ରକ ଜିଲା ତିହିଡି ଥାନା ସିନ୍ଦୋଳ ପଞ୍ଚାୟତ ସେନବାଡ଼ ଗ୍ରାମରୁ ଜଣେ ବାଇକ୍‌ ଲୁଟେରାଙ୍କୁ ଶନିବାର ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମର ଭାଗବତ ଦାସଙ୍କ ଘର ସମ୍ମୁଖରୁ କେତେଜଣ ଯୁବକ ବାଇକ ଲୁଟ୍‌ କରୁଥିବା ବେଳେ ତାଙ୍କୁ ଗ୍ରାମବାସୀ କାବୁ କରିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଖସିଯାଇଥିବା ବେଳେ ସଞ୍ଜୟ ଖୁଣ୍ଟିଆ ନାମକ ଲୁଟେରାଙ୍କୁ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଛନ୍ତି। ଭାଗବତଙ୍କ ଅଭିଯୋଗ କ୍ରମେ ତିହିଡି ଥାନାରେ ପୋଲିସ ଏକ ମାମଲା(ନଂ ୪୫୫/୧୯) ରୁଜୁ କରିଛି।