Categories: ଗଞ୍ଜାମ

ବାଇକ-ସାଇକେଲ ଧକ୍କାରେ ୨ ମୃତ

ଗୋପାଳପୁର,୧୫ ।୭-ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତୁଳୁ ରାସ୍ତାରେ ରବିବାର ରାତିରେ ବାଇକ୍‌ ସାଇକେଲ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ହିଞ୍ଜିଳାପଲ୍ଲୀ ଗ୍ରାମର ସଦାନନ୍ଦ ଦାସ (୬୩) ଓ ବାହାଦୁରପେଟା ଗ୍ରାମର ଡି. ଶ୍ରୀନୁ ରେଡ୍ଡୀ (୨୩)। ଶ୍ରୀନୁ ରବିବାର ରାତି ପ୍ରାୟ ୮ଟାରେ ମାର୍କଣ୍ଡି ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରୁ କନିଷି ତୁଳୁ ରାସ୍ତା ଦେଇ ବାଇକ୍‌ ଯୋଗେ ଆସୁଥିଲୋ ସେହି ସମୟରେ ହିଞ୍ଜିଳାପଲ୍ଲୀ ଗ୍ରାମର ସଦାନନ୍ଦ ସାଇକେଲ ଯୋଗେ କନିଷି ହାଟକୁ ଯାଉଥିଲେ । ବାଇକ୍‌ରେ ଦ୍ରୁତ ଗତିରେ ଥିବା ଶ୍ରୀନୁ ସାଇକେଲକୁ ପିଟି ଦେଇଥିଲେ। ଫଳରେ ଉଭୟ ରାସ୍ତାକଡ଼ରେ ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ଶ୍ରୀନୁଙ୍କୁ ମୃତ ଘୋଷଣା କରିଥିବା ବେଳେ ବିଳମ୍ବିତ ରାତିରେ ସଦାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସାଇକେଲ ଓ ବାଇକ୍‌ ଜବତ କରି ନଂ. ୧୭୦/୧୯ରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଛି ।