Posted inରାଜ୍ୟ

ବାଇଗୁଣିଆରେ ଚୋରି: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ଭାପୁର,୨୫।୭(ଡି.ଏନ୍‌.ଏ):ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ୪ଜଣ ଚୋର ଚୋରି କରିଥିବା ଅଭିଯୋଗ ହୋଇଛି। ଉକ୍ତ ଗାଁରେ ରହୁଥିବା ପଠାଣି ନନ୍ଦଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଚୋର ପଶିଆସିଥିଲେ। ତାଙ୍କ ଘରୁ ସୁନା ରୂପା ଓ ନଗଦ ୨୨ହଜାର ଟଙ୍କା ସହ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲେ। ଚୋରି କରି ଘରୁ ଯାଉଥିବା ସମୟରେ ପରିବାର ଲୋକେ ଚିତ୍କାର କରିବାରୁ ଗାଁଲୋକେ ୪ଜଣ ଚୋରଙ୍କ ଭିତରୁ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଫତେଗଡ଼ ପୋଲିସ ପହଞ୍ଚି ଉକ୍ତ ଚୋରଙ୍କୁ ଗିରଫ କରିବା ସହ ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛି। ତେବେ ଚୋରର ଘର ଭୁବନେଶ୍ୱର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨ ଦିନ ପ୍ରବଳ ବର୍ଷା

ଓଡ଼ିଶା,୨୩।୩: କାଳବୈଶାଖୀ ରଚୁଛି ତାଣ୍ଡବ। ଏହାର ପ୍ରଭାବରେ ଶନିବାର ପ୍ରାୟ ସବୁ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳୁଛି। ତେବେ ଉତ୍ତର ଓଡ଼ିଶାରେ ୨...

ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଦିଗପହଣ୍ଡି,୨୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ବାଲିଆ ଗ୍ରାମରେ ରବିବାର ସକାଳେ ଝିଲି ସ୍ବାଇଁ(୩୫) ନାମ୍ନୀ ଜଣେ ମହିଳା ନିଆଁରେ...

କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର

ଆଗରପଡ଼ା,୨୩ା୩(ସୁଶାନ୍ତ ଦାଶ): ଭଦ୍ରକ ଜିଲା ବନ୍ତ ତହସିଲ ଅନର୍ଗତ ଗୋପୀନାଥପୁର ପଞ୍ଚାୟତର ସାହୁପଡ଼ା ୪ନଂ. ୱାର୍ଡରେ କାଳବୈଶାଖୀ ଯୋଗୁ ବଜ୍ରପାତରେ ୨ ବଖରା ଘର ଜଳିଯାଇଛି।...

ଫଳକରେ ନ ଥିଲା ସରପଞ୍ଚ-ସମିତିସଭ୍ୟଙ୍କ ନାଁ, ମୁଣ୍ଡକୁ ଉଠିଗଲା ରାଗ, ଆଉ ତା’ ପରେ…

ଭଦ୍ରକ/ନଳାଙ୍ଗ,୨୩।୩: (ସନାତନ ରାଉତ/ସାଇଶଙ୍କର ମହାକୁଳ): ଭଦ୍ରକ ବ୍ଲକର ଅଣ୍ଡେଇପଲ୍ଲୀସ୍ଥିତ ମିନତି ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଲଗାଯାଇଥିବା ଫଳକକୁ...

ଆଉ ୩ ଦିନ କାଳବୈଶାଖୀ, ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ...

ନିଷ୍କ୍ରିୟ ମୋବାଇଲ ନମ୍ବରରେ ଏପ୍ରିଲ ୧ରୁ ମିଳିବନି ୟୁପିଆଇ ସେବା

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ଆର୍ଥିକ ଠକେଇ ରୋକିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କରେ ଲିଙ୍କ୍‌...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image