Advertisement
Categories: ରାଜ୍ୟ

ବାଇଗୁଣିଆରେ ଚୋରି: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ଭାପୁର,୨୫।୭(ଡି.ଏନ୍‌.ଏ):ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ୪ଜଣ ଚୋର ଚୋରି କରିଥିବା ଅଭିଯୋଗ ହୋଇଛି। ଉକ୍ତ ଗାଁରେ ରହୁଥିବା ପଠାଣି ନନ୍ଦଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଚୋର ପଶିଆସିଥିଲେ। ତାଙ୍କ ଘରୁ ସୁନା ରୂପା ଓ ନଗଦ ୨୨ହଜାର ଟଙ୍କା ସହ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲେ। ଚୋରି କରି ଘରୁ ଯାଉଥିବା ସମୟରେ ପରିବାର ଲୋକେ ଚିତ୍କାର କରିବାରୁ ଗାଁଲୋକେ ୪ଜଣ ଚୋରଙ୍କ ଭିତରୁ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଫତେଗଡ଼ ପୋଲିସ ପହଞ୍ଚି ଉକ୍ତ ଚୋରଙ୍କୁ ଗିରଫ କରିବା ସହ ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛି। ତେବେ ଚୋରର ଘର ଭୁବନେଶ୍ୱର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share