ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି ନ ଘଟେ ସେଥିଲାଗି ପ୍ରଶାସନିକ ଅଧିକାରୀ ପ୍ରଚେଷ୍ଟା ଜାରି ରଖିଛନ୍ତି। ତେବେ ସାମାଜିକ ଦୂରତାକୁ ରକ୍ଷା କରିବା ଏବଂ ଯଥା ସମ୍ଭବ ଘରେ ରହିବା ଲାଗି ଜିଲାବାସୀଙ୍କୁ ପରାମର୍ଶ ଦିଆଯାଉଛି । ଜନସାଧାରଣଙ୍କ ସୁବିଧା ପାଇଁ ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ ବସିବା ଲାଗି ବୁଧବାର ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମଙ୍ଗଳାଘାଟଠାରୁ ଷ୍ଟର୍ଲିଂ ପଟକୁ ଗୋଟିଏ ପାର୍ଶ୍ୱ ରାସ୍ତାରେ ଆସନ୍ତା ଶୁକ୍ରବାରଠାରୁ ହୋଲ୍‌ସେଲ ପରିବା ମାର୍କେଟ ବସିବ ବୋଲି ସ୍ଥିର କରାଯାଇଛି। ବୁଧବାର ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ଉପଜିଲାପାଳ ଭବତାରଣ ସାହୁ,ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ପ୍ରମୁଖ ଏହି ସ୍ଥାନ ବୁଲି ଦେଖିଛନ୍ତି ।
ବ୍ୟବସାୟୀ ଏବଂ ଗ୍ରାହକ ସାମାଜିକ ଦୂରତାକୁ ନ ମାନିବାରୁ ବଡ଼ଶଙ୍ଖ, ମାର୍କେଟ ଛକ ଏବଂ ଲକ୍ଷ୍ମୀ ବଜାର ପରିବା ମାର୍କେଟକୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ ରଖିଛି ପ୍ରଶାସନ। ଏହା ପରଠାରୁ ଦେବୀଗଡ଼ାରେ ପରିବା ବ୍ୟବସାୟୀ ବସୁଥିଲେ। କିନ୍ତୁ ସେଠାରେ କମ୍‌ ଜାଗା ଯୋଗୁ ଗହଳି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୁଧବାର ପ୍ରଶାସନିକ ଅଧିକାରୀ ପରିବା ବ୍ୟବସାୟ ଲାଗି ଜାଗା ଚିହ୍ନଟରେ ବାହାରିଥିଲେ। ପ୍ରଥମେ କୃଷକ ବଜାରକୁ ଯାଇଥିଲେ। ମାତ୍ର ସେଠାରେ ୨୫ହୋଲ୍‌ସେଲ ପରିବା ବ୍ୟବସାୟୀ ସାମାଜିକ ଦୂରତା ରଖି ବସିବା ପାଇଁ ପର୍ଯ୍ୟାପ୍ତ ଜାଗା ନ ଥିବାରୁ ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌କୁ ବୁଲି ଦେଖିଥିଲେ। ବର୍ତ୍ତମାନ ଏହି ରାସ୍ତାରେ ଗାଡି ଚଳାଚଳ କରୁନାହିଁ । ତେଣୁ ଏହି ରାସ୍ତାରେ ୨୫ଜଣ ହୋଲ୍‌ସେଲ ପରିବା ବ୍ୟବସାୟୀ ବସିବେ । ପ୍ରତ୍ୟେକ ବ୍ୟବସାୟୀଙ୍କ ମଧ୍ୟରେ ୧୦ରୁ ୧୫ ଫୁଟ ଦୂରତା ରହିବ। କେବଳ ରିଟେଲରମାନେ ଏମାନଙ୍କଠାରୁ ପରିବା କିଣିବେ। ରିଟେଲରମାନେ ବିଭିନ୍ନ ସାହିଗଳିରେ ନେଇ ପରିବା ବିକ୍ରି କରିପାରିବେ । ସେହିପରି ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ସେମାନେ ମଧ୍ୟ ଏହି ହୋଲସେଲ୍‌ ବ୍ୟବସାୟୀଙ୍କଠାରୁ ପରିବା କିଣି ନେଇ ସହରର ବିଭିନ୍ନ ସ୍ଥାନରେ ବିକ୍ରି କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

ହସ ଖୁସିର ସଂସାର ଉଜାଡି ଦେଲା କ୍ୟାନ୍ସର: ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ଆକାଶ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):ଦିନ ଥିଲା ଗାଡି ଚଳାଇ ଘରକୁ ବଡ଼ ହସ ଖୁସିରେ ଚଳାଉଥିଲେ। ଦିନ ରାତି ପରିଶ୍ରମ କରିବାକୁ ପଛାଉ ନ ଥିଲେ।...

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri